ଏଲ୍ପିଜି ଟାଙ୍କି ବିସ୍ଫୋରଣରେ ଦୋହଲି ଯାଇଛି ରାଜଧାନିଭୁବନେଶ୍ୱର । ୧୫ ମିନିଟ୍ ପର୍ଯ୍ୟନ୍ତ ଆଖପାଖ ଅଞ୍ଚଳରେ ପଥର ଓ ଧୂଳି ବର୍ଷା ହୋଇଥିଲା। ପଥର ମାଡ଼ ହେବା ଯୋଗୁ...
୧୫ ମିନିଟ୍ ପର୍ଯ୍ୟନ୍ତ ଆଖପାଖ ଅଞ୍ଚଳରେ ପଥର ଓ ଧୂଳି ବର୍ଷା ହୋଇଥିଲା। ପଥର ମାଡ଼ ହେବା ଯୋଗୁଁ ଘର ବାହାରେ ଥିବା କିଛି କାର୍ର କାଚ ଭାଙ୍ଗି ଯାଇଥିବା ବେଳେ କେତେକ ଘରର କାଚ ଝରକା ଭାଙ୍ଗିରୁଜି ଯାଇଥିଲା ବୋଲି କହିଛନ୍ତି ପ୍ରଫୁଲ୍ଲ ପ୍ରଧାନ। ଧୂଳି ଝଡ଼ ସ୍ଥାନୀୟ ଅଞ୍ଚଳରେ ବର୍ଷାର ଭ୍ରମ ସୃଷ୍ଟି କରିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
ସ୍ଥାନୀୟ ବାସିନ୍ଦା ଲୋକଙ୍କ ଦୌଡ଼ାଦୌଡ଼ି ଦେଖି ପିଲା ଛୁଆ ଧରି ସେ ସ୍ଥାନରୁ ଗଙ୍ଗନଗର ମୁଖ୍ୟ ରାସ୍ତାଆଡ଼କୁ ଦୌଡ଼ିବାକୁ ଲାଗିଲେ। କିଛି ଲୋକ ଦୌଡ଼ିବା ବେଳେ ପଡ଼ି ଯାଇ ଖଣ୍ଡିଆ ଖାବରା ହୋଇଥିଲେ। ଆଉ କିଛି ବ୍ୟକ୍ତି ହୋଟେଲ୍ ଓ ଅନ୍ୟ ଦୋକାନ ଛାଡ଼ି ଦୌଡ଼ିଲେ।
ପ୍ରଚଣ୍ଡ ଶବ୍ଦ ପରେ ସେ ସେଠାରୁ ଦୌଡ଼ି ପଳାଇଥିଲେ। ମାତ୍ର ପରେ ବହୁ ଦୂର ପର୍ଯ୍ୟନ୍ତ ବାଟକୁ ପୁଲିସ୍ ସିଲ୍ କରିଦେବାରୁ ସମ୍ପୃକ୍ତ ବ୍ୟବସାୟୀ ସେଠାକୁ ଆସିପାରିନଥିଲେ। କିଛି ବ୍ୟକ୍ତି ଭୟ ପାଇ କାନ୍ଦୁଥିବା ବେଳେ ଆଉ କିଛି ବ୍ୟକ୍ତି ଛିନ୍ଛତ୍ର ହୋଇଯାଇଥିବା ବେଉସାକୁ ନେଇ କାନ୍ଦି ପକାଉଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଆଖପାଖରେ ବିଭିନ୍ନ ବ୍ୟବସାୟର ପସରା ଖୋଲିଥିବା ବ୍ୟକ୍ତିବିଶେଷ ସବୁକିଛି ଛାଡ଼ି ଚାଲି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପୃକ୍ତ ସ୍ଥାନକୁ ସିଲ୍ କରି ରଖିଥିଲା।


No comments