ଓଡ଼ିଶାରେ ୯ ରୁ ପୁଣି ଲଘୁଚାପ। ରାଜ୍ୟରେ ବର୍ଷା। ଅକ୍ଟୋବର ୯ରେ ଏହା ଲଘୁଚାପରେ ପରିଣତ ହେବା ସହ ୧୦ ତାରିଖରେ ଅବପାତ ରୂପ ନେବ। ପ୍ରଭାବରେ ୧୧ ତାରିଖଠାରୁ ଓଡ଼ିଶାରେ ପ୍...
ଅକ୍ଟୋବର ୯ରେ ଏହା ଲଘୁଚାପରେ ପରିଣତ ହେବା ସହ ୧୦ ତାରିଖରେ ଅବପାତ ରୂପ ନେବ। ପ୍ରଭାବରେ ୧୧ ତାରିଖଠାରୁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
୧୧ ତାରିଖ ଅପରାହ୍ନ କିମ୍ବା ରାତିରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ମଧ୍ୟରେ ଅବପାତ ରୂପରେ ସ୍ଥଳ ଭାଗ ଛୁଇଁବ। ୧୦ ତାରିଖ ରାତିଠାରୁ ଉପକୂଳ ଓଡ଼ିଶା ଓ ୧୧ ତାରିଖରୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବର୍ଷା ବଢ଼ିବ। ୧୧ ଓ ୧୨ ତାରିଖରେ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ଏବଂ ପୁରୀ, କନ୍ଧମାଳ, ଖୋର୍ଧା, ଜଗତ୍ସିଂହପୁର, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ବର୍ଷା ହେବ। ଉପକୂଳବର୍ତୀ ଜିଲ୍ଲା ସମେତ ଢେଙ୍କାନାଳରେ ବର୍ଷାର ପ୍ରଭାବ ଅଧିକ ରହିବ। ବାକି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅକ୍ଟୋବର ତୃତୀୟ ସପ୍ତାହ ବେଳକୁ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ବାରା ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ତେବେ ୯ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସ୍ଥଳ ଭାଗ ଛୁଇଁବା ପରେ ଏହାର ଗତିପଥ ଓ ପ୍ରଭାବ ସମ୍ପର୍କରେ ଅଧିକ କହି ହେବ।


No comments