ଦେଶ ରେ ହ୍ରାସ ପାଉଛି କରୋନା ସଂକ୍ରମଣ। ଏହି ନୂତନ ତଥ୍ୟରୁ ଦେଶରେ କୋଭିଡ୍ ସଂକ୍ରମଣ ଧିମେଇ ଆସିଥିବା ଅନୁମାନ କରାଯାଉଛି। ସେହିପରି ବିଭିନ୍ନ ରାଜ୍ୟରେ ମଧ୍ୟ କୋଭିଡ୍ ...
ଏହି ନୂତନ ତଥ୍ୟରୁ ଦେଶରେ କୋଭିଡ୍ ସଂକ୍ରମଣ ଧିମେଇ ଆସିଥିବା ଅନୁମାନ କରାଯାଉଛି। ସେହିପରି ବିଭିନ୍ନ ରାଜ୍ୟରେ ମଧ୍ୟ କୋଭିଡ୍ ମୃତକଙ୍କ ସଂଖ୍ୟା କମିଥିବା ଜଣାଯାଇଛି। ତେବେ ୬୬ ଲକ୍ଷରୁ ଅଧିକ ସଂକ୍ରମିତଙ୍କୁ ଧାରଣ କରିଥିବା ଭାରତ ଆମେରିକା ପଛକୁ ବିଶ୍ବର ଦ୍ବିତୀୟ ସର୍ବାଧିକ କୋଭିଡ୍ ସଂକ୍ରମିତ ଦେଶର ଅପଯଶ ମୁଣ୍ଡାଇଛି।
ତେବେ କିଛି ହାତ ଗଣତି ରାଜ୍ୟରେ କରାଯାଉଥିବା ନମୁନା ପରୀକ୍ଷଣର ପ୍ରକ୍ରିୟା ହିଁ ଚିନ୍ତାର କାରଣ ହୋଇଛି। ସେ ସବୁ ରାଜ୍ୟମାନଙ୍କରେ ସମ୍ପ୍ରତି କମ୍ ସମ୍ବେଦନଶୀଳ ଆଣ୍ଟିଜେନ ପରୀକ୍ଷା ହିଁ ଅଧିକ ମାତ୍ରାରେ ହେଉଥିବା ଜଣାଯାଇଛି। ଏହାଦ୍ବାରା କରୋନା ସଂକ୍ରମିତ(ପଜିଟିଭ୍)ଙ୍କ ସଂଖ୍ୟା କୃତ୍ରିମ ଭାବେ ଉଲ୍ଲେଖନୀୟ ପରିମାଣର କମିଥିବା ଜଣାଯାଇଛି। ଦିଲ୍ଲୀ ଓ ମୁମ୍ବାଇରୁ ମିଳିଥିବା ତଥ୍ୟରୁ ଆଣ୍ଟିଜେନ ପରୀକ୍ଷଣରୁ ଜଣାପଡ଼ିଥିବା ସଂକ୍ରମିତଙ୍କ ସଂଖ୍ୟା ଆର୍ଟି-ପିସିଆର୍ ପରୀକ୍ଷଣଗୁଡ଼ିକ ତୁଳନାରେ ଯଥେଷ୍ଟ କମ୍।


No comments