Page Nav

HIDE

Grid

GRID_STYLE

Classic Header

Breaking News:

latest

ଆଜି ଠୁ ରାଜ୍ୟ ରେ ୨୨ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଆଉ ପ୍ରବଳ ବର୍ଷା। ଏହାର ପ୍ରଭାବରେ ଆସନ୍ତାକାଲି (ସୋମବାର) ସକାଳ ସୁଦ୍ଧା ଉକ୍ତ ସ୍ଥାନରେ ଏକ ଲଘୁଚାପ ସୃଷ୍ଟି ହେବ। ...

ଆଜି ଠୁ ରାଜ୍ୟ ରେ ୨୨ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଆଉ ପ୍ରବଳ ବର୍ଷା।



ଏହାର ପ୍ରଭାବରେ ଆସନ୍ତାକାଲି (ସୋମବାର) ସକାଳ ସୁଦ୍ଧା ଉକ୍ତ ସ୍ଥାନରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ୨୪ ଘଣ୍ଟା ପରେ ଆହୁରି ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ପ୍ରଭାବରେ ଆଜି ଅପରାହ୍ନରୁ ରାଜ୍ୟର ପାଣିପାଗରେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳରେ ଆକାଶ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସ୍ଥାନ‌େ ସ୍ଥାନେ ପ୍ରବଳ ଓ ସ୍ଥାନେ ସ୍ଥାନେ ଅତିପ୍ରବଳ ବର୍ଷିବ। ଏଣୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୧୯ରୁ ୨୨ ତାରିଖ ଯାଏ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ଚେତାବନୀ ଦିଆଯାଇଛି।

No comments