ସାରା ରାଜ୍ୟରେ ବିଭିନ୍ନ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ୩୦୬୬ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ରା...
ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍ବିସି) ପକ୍ଷରୁ କୁହାଯାଇଛି। ବିଭିନ୍ନ ବ୍ୟାଙ୍କ ତରଫରୁ ଦିଆଯାଇଥିବା ତଥ୍ୟ ଆଧାରରେ ଏସ୍ଏଲ୍ବିସି ଏହି ସୂଚନା ଜାରି କରିଛି।
ଆକ୍ସିସ୍ ବ୍ୟାଙ୍କର ୩୯୦, ଏଚ୍ଡିଏଫ୍ସି ବ୍ୟାଙ୍କର ୩୨୦, ୟୁକୋ ବ୍ୟାଙ୍କର ୧୯୮, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ୧୫୮, ବ୍ୟାଙ୍କ ଅଫ୍ ଇଣ୍ଡିଆର ୧୬୬, କାନାରା ବ୍ୟାଙ୍କର ୧୧୧, ଇଣ୍ଡିଆନ ବ୍ୟାଙ୍କର ୧୨୨, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ୧୩୮, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ୧୩୨, ବ୍ୟାଙ୍କ୍ ଅଫ୍ ବରୋଦାର ୯୭, ଉତ୍କଳ ଗ୍ରାମୀଣ ବ୍ୟାଙ୍କର ୮୮, ବନ୍ଧନ ବ୍ୟାଙ୍କର ୪୯, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ୪୭, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୪୩, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ୧୬ ଓ ଫେଡେରାଲ୍ ବ୍ୟାଙ୍କର ୧୩ ଜଣ କର୍ମଚାରୀ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି।
ସମସ୍ତ କାର୍ଯ୍ୟାଳୟଗୁଡ଼ିକୁ ଶନିବାର ବନ୍ଦ ରଖିବା ଲାଗି ସାଧାରଣ ଓ ସର୍ବଜନୀନ ଅଭିଯୋଗ ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ଗତ ମାସ ୩୦ରେ ଜାରି କରାଯାଇଥିଲା। ସେହି ଆଧାରରେ ବ୍ୟାଙ୍କଗୁଡ଼ିକୁ ମଧ୍ୟ କାମ କରିବା ଅନୁମତି ଦେବାକୁ ଦାବି ହୋଇଛି।


No comments