ଫାତିମା ସନା ଶୈଖ୍ଙ୍କ ଅଭିନୀତ ‘ସୁରଜ ପେ ମଙ୍ଗଲ ଭାରି’ର ଟ୍ରେଲର ବୁଧବାର ରିଲିଜ୍ ହୋଇଛି। ସୁରଜ ପେ ମଙ୍ଗଲ ଭାରି’ ର ଟ୍ରେଲର ବୁଧବାର ରିଲିଜ୍ ହୋଇଛି। ମନୋଜଙ୍କୁ ଏଥ...
ସୁରଜ ପେ ମଙ୍ଗଲ ଭାରି’ର ଟ୍ରେଲର ବୁଧବାର ରିଲିଜ୍ ହୋଇଛି। ମନୋଜଙ୍କୁ ଏଥିରେ ଗୁଇନ୍ଦା ମଧୁ ମଙ୍ଗଲଙ୍କ ଭୂମିକାରେ ଦେଖିବାକୁ ମିଳୁଛି। ଫିଲ୍ମର କାହାଣୀ ୯୦ ଦଶକର ହୋଇଥିବାବେଳେ ତାହା ସୁରଜ ସିଂହ ଢିଲ୍ଲୋଁ(ଦିଲଜିତ୍ ଦୋସାଞ୍ଜ)ଙ୍କ ଉପରେ ପର୍ଯ୍ୟବସିତ ।
ଏହି ଫିଲ୍ମରେ ପ୍ରଥମ ଥର ପାଇଁ ମନୋଜ ବାଜପେୟୀ ଏବଂ ଦିଲଜିତ୍ ଏକାଠି କାମ କରୁଛନ୍ତି। ଟ୍ରେଲରରେ ମନୋଜଙ୍କ ଚରିତ୍ରକୁ ଭିନ୍ନ ଭିନ୍ନ ବେଶଭୂଷାରେ ଗୁଇନ୍ଦାଗିରି କରୁଥିବା ଦେଖିବାକୁ ମିଳୁଛି । ନଭେମ୍ବର ୧୩ ତାରିଖରେ ଫିଲ୍ମଟି ରିଲିଜ୍ ହେବ।
ସୁରଜଙ୍କ ବିବାହ ପାଇଁ କନ୍ୟା ଖୋଜା ଚାଲିଥିବାବେଳେ ସେ କ୍ଷେତ୍ରରେ ବାଧା ସୃଷ୍ଟି କରନ୍ତି ଗୁଇନ୍ଦା ମଙ୍ଗଲ। ବିଭିନ୍ନ ସ୍ଥାନରେ ସୁରଜଙ୍କ ବିବାହ ଭାଙ୍ଗିଯିବା ପରେ ଶେଷରେ ସେ ମଙ୍ଗଲଙ୍କ ଉପରେ ଭାରି ପଡ଼ିବା ଲାଗି ତାଙ୍କ ଭଉଣୀ (ଫାତିମା ସନା ଶୈଖ୍)ଙ୍କୁ ନିଜ ପ୍ରେମ ଜାଲରେ ଫଶାନ୍ତି।


No comments