ଚୀନ କୁ ଲାଗିବ ୪୦ ହଜାର କୋଟି ର ଝଟକା ଏଥର ଦୀପାବଳି ରେ। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଆକଳନ ଅନୁସାରେ ପ୍ରତିବର୍ଷ ଦୀପାବଳିରେ ସାରା ଦେଶରେ ପ୍ରାୟ ୭୦ ହଜାର କୋଟି...
ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଆକଳନ ଅନୁସାରେ ପ୍ରତିବର୍ଷ ଦୀପାବଳିରେ ସାରା ଦେଶରେ ପ୍ରାୟ ୭୦ ହଜାର କୋଟି ଟଙ୍କାର କାରବାର ହୋଇଥାଏ। ସେଥି ମଧ୍ୟରୁ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ ଚୀନ୍ରୁ ଆମଦାନି କରାଯାଉଥିଲା। ଚଳିତ ବର୍ଷ ଲଦାଖ୍ରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଚୀନ୍ ସାମଗ୍ରୀ ବର୍ଜନ କରିବା ଲାଗି ଆହ୍ବାନ ଦିଆଯାଇଛି।
ଦୀପାବଳି ସମୟରେ ମୁଖ୍ୟତଃ ମୋବାଇଲ୍ ଫୋନ୍, ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ୍, ଖେଳନା, ହୋମ୍ ଫର୍ଣ୍ଣିସିଂ, କିଚେନ୍ ସାମଗ୍ରୀ, ଉପହାର ସାମଗ୍ରୀ, ହାତଘଣ୍ଟା, ରେଡିମେଡ୍ ପୋଷାକ, ଜୋତା, ପ୍ରସାଧନ ସାମଗ୍ରୀ, ବିଉଟି ଉତ୍ପାଦ, ଏଫ୍ଏମ୍ଏସିଜି ଉତ୍ପାଦ, କଞ୍ଜ୍ୟୁମର ଡ୍ୟୁରେବଲ୍, ଷ୍ଟେସନାରି ଓ ସାଜ୍ଜସଜା ଆଲୋକ ମାଳା ଏବଂ ସାମଗ୍ରୀ ଅଧିକ ବିକ୍ରି ହୋଇଥାଏ। ଦୀପାବଳି ବଜାର ଲାଗି ସାମଗ୍ରୀ ତିଆରି କରିବା ପାଇଁ ମହାସଂଘ ପକ୍ଷରୁ କ୍ଷୁଦ୍ର କାରଖାନା ଓ ସ୍ଥାନୀୟ କାରିଗରମାନଙ୍କୁ କୁହାଯାଇଥିଲା।


No comments